ଶ୍ରୀ ଜଗନ୍ନାଥଙ୍କର ସରଧାବାଲି ଉପାଖ୍ୟାନ
ସରଧାବାଲିରେ ଶ୍ରୀଜଗନ୍ନାଥ |
ସରଧାବାଲି
ଶ୍ରୀକ୍ଷେତ୍ର ମଧ୍ୟରେ ଅବସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରର ପାଦଦେଶରୁ ବଡଶଙ୍ଖ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳ କୁ ସରଧାବାଲି ଅଞ୍ଚଳ କୁହାଯାଏ |ଏବେ କିନ୍ତୁ ଏଠି ଆଉ ସେପରି ବାଲି ନାହିଁ |ମାତ୍ର ଏହି ବାଲି ରେଣୁ ପବିତ୍ର ଅଟେ |ଏହା ହେଉଛି ମହାପ୍ରଭୁଙ୍କର ଚରଣ ରେଣୁ |ଏହି ବାଲି ରେଣୁକୁ ନେଇ ଭକ୍ତ ଜନମାନେ ମୁଣ୍ଡରେ ଲଗାନ୍ତି |ଦେହରେ ବୋଳି ହୁଅନ୍ତି କାନିରେ ବାନ୍ଧି ନିଅନ୍ତି ଓ ତୁଣ୍ଡରେ ଲଗାନ୍ତି |ଏହି ଶରଧା ବାଲି ହେଉଛି ରାଜା ଇନ୍ଦ୍ରଦ୍ୟୁମ୍ନ , ରାଣୀ ଗୁଣ୍ଡିଚା ଓ ରାଜମାତା ଶ୍ରଦ୍ଧାଦେବୀ ଙ୍କର ପ୍ରିୟସ୍ଥଳୀ | ଏହି ବଳି ହେଉଛି ପରଂବ୍ରହ୍ମ ଙ୍କର ଜନ୍ମସ୍ଥାନ | ଶରଧାବାଲି ର ଉତ୍ତର ଦିଗରେ ଗୁଣ୍ଡିଚା ମନ୍ଦିର ,ଦକ୍ଷିଣରେ ଶ୍ରୀମନ୍ଦିର ,ପୂର୍ବରେ ମହୋଦଧି ଓ ପଶ୍ଚିମରେ ଅଠରନଳା ଅଵସ୍ଥିତ |
ଶରଧାବାଲି ର ଉତ୍ତରକୁ ଥିବା ଶ୍ରୀ ଗୁଣ୍ଡିଚା ମନ୍ଦିର କୁ ଜନକପୁରୀ ବୋଲି କୁହାଯାଏ |ଏଠାରେ ରାଜା ଇନ୍ଦ୍ରଦ୍ୟୁମ୍ନ ଯଜ୍ଞବେଦୀ ନିର୍ମାଣ କରି ଅଶ୍ୱମେଧ ଯଜ୍ଞ କରିଥିଲେ ଓ ଶ୍ରୀଜୀଉ ମାନଙ୍କର ପ୍ରାଣ ପ୍ରତିଷ୍ଠା କରିଥିଲେ | ଏହି ଯଜ୍ଞ ବେଦୀ ର ଅନ୍ୟନାମ ମଧ୍ୟ ଅନ୍ତର୍ବେଦୀ | ଏହି ସ୍ଥାନରେ ମହାପ୍ରଭୁ ମାନଙ୍କର ଯଜ୍ଞକାର୍ଯ୍ୟ ସମାପନ କରାଯାଇ ପ୍ରାଣପ୍ରତିଷ୍ଠା କରାଯାଇଥିଲା | ବର୍ଷକରେ ଥରେ ଏହି ଶରଧାବାଲି କୁ ଅତିକ୍ରମ କରି ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅନ୍ତର୍ବେଦୀ କୁ ବିଜେ କରିଥାନ୍ତି ଓ ପୁଣି ଶରଧାବାଲି ରେ ତାଙ୍କର ଶ୍ରୀପୟର ଚାଳିତ କରି ରଥାରୁଢ଼ ହୋଇ ଶ୍ରୀମନ୍ଦିର କୁ ପ୍ରତ୍ୟାବର୍ତନ କରିଥାନ୍ତି |ସେଥିପାଇଁ ଏହି ସରଧାବାଲି ପବିତ୍ର ଅଟେ |ଏ ଶରଧାବାଲି ରେ ଭକ୍ତର ପାଦ ପଡିଗଲେ ସେ ଅତି ଉତ୍କଣ୍ଠାର ସହିତ ଏହାକୁ କୋଳେଇ ନିଏ |
କିମ୍ବଦନ୍ତୀ ଅନୁଶାରେ ପୁରୀର ବଡଦାଣ୍ଡ ରେ ଶ୍ରୀଗୁଣ୍ଡିଚା ଓ ମାଉସୀମା ମନ୍ଦିର ର ମଧ୍ୟବର୍ତ୍ତୀ ଅଞ୍ଚଳରେ ଗୋଟିଏ ନଦୀ ବହିଯାଉଥିଲା ଯାହାର ନାମ ଥିଲା ମାଳିନୀ ନଦୀ |ଏହିନଦୀ ବଡଦାଣ୍ଡକୁ ଦୁଇଭାଗ କରୁଥିଲା ଏଣୁ ରଥଯାତ୍ରା ସମୟରେ ମହାପ୍ରଭୁମାନେ ଗୁଣ୍ଡିଚା ମନ୍ଦିରକୁ ଯିବାପାଇଁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ | ସେତେବେଳେ ଛଅ ଗୋଟି ରଥର ବ୍ୟବସ୍ଥା କରାଯାଉଥିଲା | ମହାପ୍ରଭୁମାନେ ତିନି ଗୋଟି ରଥରେ ନଦୀକୂଳ ପର୍ଯ୍ୟନ୍ତ ଆସି ଅନ୍ୟ ପାଖରୁ ଆଉ ତିନି ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିର କୁ ଯାଉଥିଲେ | ନଦୀ ମଧ୍ୟ୍ୟରେ ନୌକା ରେ ଯାତ୍ରା କରି ଅନ୍ୟପାଖକୁ ଯାଉଥିଲେ | ତେଣୁ ସେତେବେଳେ ରଥଯାତ୍ରା ସମୟ ସାପେକ୍ଷ ଓ ବ୍ୟୟ ସାପେକ୍ଷ ହେଉଥିଲା |ମାତ୍ର ରାଜା ଭାନୁଦେବ (ପ୍ରଥମ ନରସିଂହଦେବ ) ମାଧ୍ଵଚାର୍ଯ୍ୟ ଙ୍କ ପରାମର୍ଶରେ ବଳଗଣ୍ଡି ଠାରେ ମାଳିନୀ ନଦୀକୁ ବାଲିରେ ପୋତି ବଡଦାଣ୍ଡ ନିର୍ମାଣ କରାଇଥିଲେ |ଏହିକାର୍ଯ୍ୟ 1265 ରୁ 1270 ମଧ୍ୟରେ ହୋଇଥିଲା |ଏହି ବଡଦାଣ୍ଡ ଓ ମାଳିନୀ ନଦୀ କୁ ପୋତାଇବା କାମ ରାଜା ଭାନୁଦେବଙ୍କର ରାଣୀ ଶ୍ରଦ୍ଧାଦେବୀଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିଲା |ତେଣୁ ତାଙ୍କରି ନାମ ଅନୁସାରେ ଏହି ବଳିର ନାମ ଶରଧାବାଲି ହୋଇଛି| ଏହି ନଦୀଟି ପୋତି ହୋଇଗଲାପରେ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚାକୁ ପ୍ରତ୍ୟକ୍ଷ ସଂଯୋଗ ହୋଇପାରିଲା |ଏହାଦ୍ୱାରା ସବୁଦିନପାଇଁ ଜନ୍ମକ୍ଷେତ୍ରରୁ ଲୀଳାକ୍ଷେତ୍ର ପର୍ଯ୍ୟନ୍ତ ଏହି ପବିତ୍ର ମାର୍ଗକୁ ଶ୍ରୀମାର୍ଗ ବା ଶ୍ରୀପଥ ଭାବରେ ଖ୍ୟ|ତହେଲା | ତାଙ୍କ ପୁତ୍ର ଦ୍ଵିତୀୟ ନରସିଂହଦେବ ବଡଦାଣ୍ଡକୁ ସମତୁଲ କରାଇ ପବିତ୍ର ଶରଧାବାଲି କୁ ମୋକ୍ଷ କରିପାରୁଥିବା ତୀର୍ଥରେଣୁ ଭାବରେ ଲୋକ ପ୍ରସିଦ୍ଧି କରାଇଥିଲେ |
(ସଂଗ୍ରାହକ ଓ ଲେଖକ ପ୍ରକାଶ ମିଶ୍ର |ଜ୍ୟୋତିଷ ଓ ସଭ୍ୟ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଶ୍ରୀମନ୍ଦିର ପୁରୀ, ଓଡିଶା | ଅଧିକ ଜାଣିବାପାଇଁ ଯୋଗାଯୋଗ କରନ୍ତୁ email --pkmspp1975@gmail.com | ମୁକ୍ତି ମଣ୍ଡପ,ଆପଣମାନଙ୍କର ପୂର୍ବପୁରୁଷ ଙ୍କୁ ଆପଣଙ୍କ ତରଫରୁ ଶ୍ରାଦ୍ଧ ଅର୍ପଣ କରିଥାଏ | ଆଗ୍ରହଥିଲେ ଉପୋରକ୍ତ email ରେ ଯୋଗାଯୋଗ କରନ୍ତୁ )
No comments:
Post a Comment