ପତିତପାବନ ରୂପରେ ପ୍ରଭୁ ଜଗନ୍ନାଥ |
ପତିତପାବନ ଲୋକକଥା
କତିଥ ଅଛି ଯେ ଗଜପତି ଶ୍ରୀ ରାମଚନ୍ଦ୍ରଦେବ ଅବସ୍ଥା ଓ ସମୟଚକ୍ରରେ ପଡି ବାଧ୍ୟ ହୋଇ ମୁସଲମାନ ସେନାପତି ମୁର୍ଶିଦ କୁଲି ଖାଁ ଙ୍କ କନ୍ୟା କୁ ବିବାହ କରିବାରୁ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ମନା ହୋଇବାରୁ ଶ୍ରୀରାମଚନ୍ଦ୍ରଦେବ ନିଜର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିବାରୁ ବଂଚିତ ହେଲେ 1 ଦୁଃଖିତ ହୋଇ ମହାରାଜା ମହାପ୍ରଭୁଙ୍କୁ ଗୁହାରି କରନ୍ତେ ମହାପ୍ରଭୁ ତାଙ୍କୁ ଶ୍ରୀମନ୍ଦିରର ଦ୍ୱାର ଦେଶରେ ଦର୍ଶନ ଦେବାର ସୌଭାଗ୍ୟ ପ୍ରାପ୍ତ କଲେ | ସେବେଠାରୁ ପତିତପାବନ ଙ୍କର ପ୍ରତିକୃତି ଶ୍ରୀମନ୍ଦିରର ସିଂହଦ୍ୱାର ଠାରେ ଅବସ୍ଥିତ ଅଛନ୍ତି | ଏହି ପତିତପାବନ ବିଗ୍ରହ ଦାରୁ ବିଗ୍ରହ ନୁହନ୍ତି | ଏହା ଝୁଣାରେ ଓ ଅଠାରେ ତିଆରି ବିଶିଷ୍ଟ ପ୍ରକାରର ବିଗ୍ରହ ଅଟନ୍ତି |ଏହା ଖ୍ରୀଷ୍ଟାବ୍ଦ 1727 ରୁ 1736 ମଧ୍ୟରେ ନିର୍ମାଣ ହୋଇଥିଲା |
(ସଂଗ୍ରାହକ ଓ ଲେଖକ ପ୍ରକାଶ ମିଶ୍ର | ଜ୍ୟୋତିଷ ଓ ସଭ୍ୟ ମୁକ୍ତି ମଣ୍ଡପ ପଣ୍ଡିତ ସଭା, ଶ୍ରୀମନ୍ଦିର ପୁରୀ,ଓଡିଶା | ସମସ୍ୟା ର ସମାଧାନ ପାଇଁ ଯୋଗାଯୋଗ କରନ୍ତୁ pkmspp1975@gmail.com.| ମୁକ୍ତି ମଣ୍ଡପ ତରଫରୁ କୌଣସି ବ୍ୟକ୍ତିଙ୍କର ପୂର୍ବ ପୁରୁଷ ମାନଙ୍କୁ ଶ୍ରାଦ୍ଧ ଅର୍ପଣ କରାଯାଏ | ଆଗ୍ରହ ଥିଲେ ଉପୋରକ୍ତ gmail ରେ ଯୋଗାଯୋଗ କରନ୍ତୁ|)
No comments:
Post a Comment