Tuesday, October 3, 2023

SRI JAGANNATH BHAKTA--1 [SALABEGA]


                ଭକ୍ତ ଶ୍ରେଷ୍ଠ ସାଲବେଗ 

                                        
ଭକ୍ତ ସାଲବେଗ 

         
ସାଲବେଗ --

        ସାଲବେଗ କଥାଟି ପ୍ରାୟ ସପ୍ତଦଶ ଶତାବ୍ଦୀ ର ଅର୍ଥାତ 1600 ରୁ 1650 ମଧ୍ୟବର୍ତ୍ତୀ ର ଏହି କଥା |ସେତେବେଳେ ଓଡ଼ିଶା ମୋଗଲ ଶାସନାଧୀନ ଥିଲା | ଓଡିଶାର ସୁବେଦାର ଶାସକ ଥିଲେ ଲାଲବେଗ ଯିଏକି କଟକରେ ରହି ଓଡିଶାକୁ ଶାସନ କରୁଥିଲେ |ଆଜିବି ସେହି କଟକରେ ଲାଲବାଗ ଥାନା ଓ ଲାଲବେଗ କୋଠା ଇତ୍ୟାଦି ମହଜୁଦ ଅଛି |ଲାଲବେଗ ଥିଲେ ମୋଗଲ ସେନାର ନୃଶଂସ ସେନାପତି ଓ ପ୍ରତ୍ୟେକ ଯୁଦ୍ଧ ତାଙ୍କର ପ୍ରତ୍ୟେକ ତତ୍ୱାବଧାନେ ରେ ସମ୍ପର୍ଣ୍ଣ ହେଉଥିଲା |ଥରେ ସେ କୌଣସି ଯୁଦ୍ଧ କାମରେ ପୁରୀ ଆସିଥାନ୍ତି | ଫେରିଲା ବାଟରେ ଦାଣ୍ଡମକୁନ୍ଦ  ପୁରରେ ଜଣେ ଯୁବତୀ ବିଧବା ବ୍ରାହ୍ମଣୀ ଙ୍କୁ ଦେଖିଲେ |ବ୍ରାହ୍ମଣୀ ଜଣଙ୍କ ପୋଖରୀ ରୁ ଗାଧୋଇସାରି ଫେରୁଥିଲେ, ନାମ ଥିଲା ଲଳିତା | ଠିକ ସେହିସମୟରେ ଲାଲବେଗ ଲଳିତାଙ୍କ ସମୁଖରେ ଦଣ୍ଡାୟମାନ ହୋଇ ତାଙ୍କୁ ହରଣକରି ନେଇ ଚାଲିଗଲେ |ସେହି ମହାମାନ୍ୟା ମହିଳାଙ୍କ ଗର୍ଭରୁ ଏକମାତ୍ର ପୁତ୍ର ଜାତ ହୋଇଥିଲେ ଭକ୍ତ ଶ୍ରେଷ୍ଠ ସାଲବେଗ |

        ଧୀରେ ଧୀରେ ସାଲବେଗ ବଡ ହେଲାପରେ ବାପା ଲାଲବେଗଙ୍କର ତତ୍ତ୍ୱବଧାନରେ ବଢି ଚାଲିଲେ ଓ ବାପା ତାଙ୍କୁ ଖଣ୍ଡା ଚାଳନା ଓ ଯୁଦ୍ଧବିଦ୍ୟା ଶିକ୍ଷା ଦେଲା ପରେ ମାତ୍ର 12 ବର୍ଷ ବୟସରୁ ସାଲବେଗ ଯୁଦ୍ଧ କ୍ଷେତ୍ରରେ ବୀର ସୈନିକ ପରି ଲଢ଼ି କରୁଥିଲେ | ମାତ୍ର ତାଙ୍କର ମାତା ସାଲବେଗଙ୍କର ଏପରି ମଣିଷ ମାନଙ୍କୁ ମାରିବାକୁ ପସନ୍ଦ କରୁନଥିଲେ ଓ ହିନ୍ଦୁ ଲୋକ ମାନଙ୍କର ହତ୍ୟା ତାଙ୍କୁ ବହୁତ ଦୁଃଖ ଦେଉଥିଲା | ସେଥିପାଇଁ ସେ ସାଲବେଗଙ୍କୁ ବହୁତ ବୁଝାଉ ଥିଲେ ଓ ପ୍ରଭୁ ଜଗନ୍ନାଥଙ୍କର ଶରଣ ରେ ଯିବାପାଇଁ ପ୍ରବର୍ତ୍ତାଉ ଥିଲେ |ସାଲବେଗ ମାଆଙ୍କ କଥାତ ଶୁଣୁଥିଲେ ମାତ୍ର ଏତେ ଧ୍ୟାନ ଦେଉନଥିଲେ |

        ଥରେ ଲାଲବେଗଙ୍କୁ ଯୁଦ୍ଧ ପାଇଁ ଡାକରା ଆସିଲା |ଲାଲବେଗ ତାଙ୍କର ବୀର ପୁତ୍ର ସାଲବେଗଙ୍କୁ ଧରି ଯୁଦ୍ଧଭୂମି ରେ ପଦାର୍ପଣ କରିଥିଲେ |ଏହି ଯୁଦ୍ଧରେ ଲାଲବେଗ ନିହତ ହେଲେ ଓ ସାଲବେଗ ଭୀଷଣ ଭାବରେ କ୍ଷତବୀକ୍ଷତ ହେଲେ| ମାଆଙ୍କର ମନ ବିଗଳିତ ହୋଇ ଉଠିଲା |ସେ ଯୁଦ୍ଧଭୂମି କୁ ଯାଇ ତାଙ୍କର ପୁତ୍ରକୁ ସାଉଁଟି ଆଣିଲେ | ସାଲବେଗଙ୍କର ଯନ୍ତ୍ରଣା ଜର୍ଜରିତ ସ୍ୱର ମାଆ ଙ୍କୁ ଅସ୍ଥିର କରିପକାଇଲା |ମାଆ........ମରିଯିବି ମୁଁ |ଏ କ୍ଷତ ର ଯନ୍ତ୍ରଣା ସହିବା ମୋ ପକ୍ଷେ ସମ୍ଭବ ନୁଁହେଁ ମାଆ |ସାଲବେଗଙ୍କର ମାଆ  ତାଙ୍କୁ ଶୁଣାଇଦେଲେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଇତିବୃତି | କହିଲେ ସେ ହିଁ ତୋତେ ରକ୍ଷା କରିପାରିବେ ଓ ତୋର କ୍ଷତାକ୍ତ ଶରୀରକୁ ଭଲ କରିପାରିବେ |ତାଙ୍କୁ ସ୍ମରଣ କର | ସାଲବେଗ ପ୍ରତିଦିନ ଜଗନ୍ନାଥଙ୍କୁ ସ୍ମରଣ କରନ୍ତି ,ମାଆଙ୍କ ଠାରୁ ଭଜନ ଶୁଣନ୍ତି ଓ ଗାଆନ୍ତି |ଦଶ ,ବାର ଦିନପରେ ସାଲେବେଗଙ୍କର କ୍ଷତ ଶୁଖି ଆସିଲା ଓ ସେ ଗୋଟିଏ ସ୍ବପ୍ନ ଦେଖିଲେ,ପ୍ରଭୁ ଜଗନ୍ନାଥ ଵାଳମୁକୁନ୍ଦ ରୂପରେ ଆସି ସାଲେବେଗଙ୍କ ଉପରେ ବିଭୁତି ସିଞ୍ଚି ଦେଉଛନ୍ତି|ପରବର୍ତ୍ତୀ ସମୟରେ ସାଲବେଗ ସମ୍ପୁର୍ଣ୍ଣ ଭଲ ହୋଇଯାଇଥିଲେ |

                   
          ସମୟ ଚକ୍ରରେ ସାଲେବେଗଙ୍କର ମାଆଙ୍କର ଦେହାନ୍ତ ହୋଇଗଲା ପରେ ତାଙ୍କର ବିମତାଙ୍କର ପୁତ୍ରମାନେ ତାଙ୍କୁ ବାସସ୍ଥାନରୁ ତଡ଼ିଦେଇଥିଲେ |ବାପାଙ୍କର ଜାଗୀରଦାର ଓ ସୁବେଦାରତ୍ୱ ମଧ୍ୟ ନଥିଲା |ତେଣୁ ସାଲବେଗ ଜଣେ ବାବାଜୀଙ୍କର ପ୍ରରୋଚନାରେ କଟକରୁ ବାଲେଶ୍ୱର ପଳାଇ ଆସିଲେ |ସେଠାରେ ଶ୍ୟାମରାୟ ନାମଙ୍କ ଜଣେ ବ୍ୟକ୍ତିଙ୍କର ଜଗନ୍ନାଥ ମନ୍ଦିରଟିଏ ଥାଏ |ସେହିଠାରେ ସେ ମନ୍ଦିର ବାହାରେ କୁଡ଼ିଆଟିଏ କରି ରହିଲେ କିନ୍ତୁ ମନ୍ଦିର ମଧ୍ୟକୁ ପ୍ରବେଶ ନିଷେଧ ଥିଲା |ତେଣୁ ସେ ପ୍ରତିଦିନ ମନ୍ଦିର ପରିକ୍ରମା କରି ଭଜନ ବୋଲିବାକୁ ଲାଗିଲେ |ମାତ୍ର ମନ୍ଦିର ମଧ୍ୟରେ ଜଗନ୍ନାଥଙ୍କୁ ଦର୍ଶନ କରିବା ଓ ଆଳତି ଦେଖିବାକୁ ତାଙ୍କର ପ୍ରବଳ ଆଗ୍ରହ ହେଉଥାଏ କିନ୍ତୁ ନାଚାର|ଦିନେ ଶ୍ୟାମରାୟ ପ୍ରଭୁଙ୍କର ଆରତୀ କରୁଥିବା ସମୟରେ ତାଙ୍କୁ ଜଣାଗଲା ଯେପରିକି ସିଂହାସନ ଉପରେ ପ୍ରଭୁ ବିରାଜମାନ ନାହାନ୍ତି|ତାଙ୍କ ମନଟି ସେଦିନ ଶୁଖିଗଲା|ସେଇଦିନ ରାତିରେ ସେ ସ୍ବପ୍ନରେ ଦେଖିଲେ ଯେ ପ୍ରଭୁ ଜଗନ୍ନାଥ ତାଙ୍କୁ କହୁଛନ୍ତି ଯେ,"ମୋର ପରମ ଭକ୍ତ ପ୍ରାଚୀର ର ଆରପଟେ ଦର୍ଶନରୁ ବଞ୍ଚିତ ହେଉଥିବା ପର୍ଯ୍ୟନ୍ତ ମୋର ଦର୍ଶନ କେହି ପାଇ ପାରିବେ ନାହିଁ"|ଏହା ଜାଣିବାପରେ ଶ୍ୟାମାରାୟ ପ୍ରାଚୀର ମଧ୍ୟରେ ଗୋଟିଏ ଫାଙ୍କାସ୍ଥାନ ରଖିଦେଲେ ଓ ସାଲବେଗଙ୍କର ଦୁର୍ଲ୍ଲଭ ଦର୍ଶନର ବ୍ୟବସ୍ଥା କରିଦେଲେ |

        ଏହିପରି ସେଠାରେ ସାଲବେଗ ଆଠ ବର୍ଷ  ଶ୍ୟାମାରାୟଙ୍କର ମନ୍ଦିରରେ ସେବାକରି ସେ ପୁରୀ କୁ ଆସିଥିଲେ |ମାଉସୀମା ମନ୍ଦିର ପଛ  ପାଖରେ କୁଡ଼ିଆଟିଏ କରି ସେ ରହୁଥିଲେ | ମାତ୍ର ହିନ୍ଦୁମାନଙ୍କର ଅସୂୟା ଭାବରେ ସେ ଅତିଷ୍ଠ ହେବାରୁ ପୁରୀ ଛାଡି ବୃନ୍ଦାବନ ଅଭିମୁଖେ ଯାତ୍ରା କରିଥିଲେ| ସେଠାରେ କିଛିଦିନ ଆନନ୍ଦରେ କାଳାତିପାତ କଲାପରେ ପ୍ରଭୁ ଜଗନ୍ନାଥଙ୍କ ପାଇଁ ତାଙ୍କ ମନ ବିଗଳିତ ହୋଇଉଠିଲା ଓ ସେ ଧାଇଁ ଆସିଲେ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିବାପାଇଁ|  ପଥଯାତ୍ରାରେ ବିଳମ୍ବ ହେବାରୁ ସେ ଜାଣିପାରିଲେ ଯେ ରଥାରୁଢ଼ ଜଗନ୍ନାଥଙ୍କୁ ସେ ଦର୍ଶନ କରିପାରିବେ ନାହିଁ |ତାଙ୍କର ଶ୍ରୀକ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ଶ୍ରୀ ଜଗନ୍ନାଥ ଗୁଣ୍ଡିଚା ମନ୍ଦିର ମଧ୍ୟକୁ ପ୍ରବେଶ କରିସାରିଥିବେ| ତେଣୁ ସେ ଭାବବିହ୍ୱଳ ହୋଇ ଉଠିଲେ "ସାତସହ ପଚାଶ କୋଷ ଚାଲି ନପାରଇ, ମୋହ ଯିବା ଯାଏଁ ନନ୍ଦିଘୋଷେ ଥିବରହି, ଜଗବନ୍ଧୁ ହେ ଗୋସାଇଁ"| ଭକ୍ତର ଅଧୀନ ମହାପ୍ରଭୁ ବଳଗଣ୍ଡି ଠାରେ ରଥାରୁଢ଼ ହୋଇ ରହିଗଲେ ଭକ୍ତ ସାଲବେଗଙ୍କର ଶ୍ରୀକ୍ଷେତ୍ର ମଧ୍ୟକୁ ପଦାର୍ପଣ ପର୍ଯ୍ୟନ୍ତ |ଏହାପରେ ଗଜପତି ରାଜାଙ୍କୁ ସ୍ୱପ୍ନାଦେଶ ହୁଅନ୍ତେ ଗଜପତି ସାଲବେଗଙ୍କର ଦର୍ଶନ ନିମନ୍ତେ ପ୍ରତିବର୍ଷ ରଥାରୁଢ଼ ଜଗନ୍ନାଥଙ୍କୁ ବଳଗଣ୍ଡି ଠାରେ ସାଲବେଗଙ୍କର କୁଡ଼ିଆ ପାଖରେ ଦଣ୍ଡେ ଅଟକି ଯିବାପାଇଁ ବ୍ୟବସ୍ଥା କରିଦେଲେ | ବର୍ତମାନ ବଳଗଣ୍ଡି ଠାରେ ସାଲବେଗଙ୍କର ସମାଧି ପିଠ ପାଖରେ ରଥରୁଢ଼ା ମହାପ୍ରଭୁ ଦଣ୍ଡେ ଅଟକି ଯାଆନ୍ତି|

        ସେହି ଦିନଠାରୁ ସାଲବେଗ ବଳଗଣ୍ଡି ଠାରେ ଛୋଟ ଖଣ୍ଡିଏ କୁଡ଼ିଆଟିଏ କରି ରହିଲେ ଓ ଭଜନ ଜଣାଣ ଇତ୍ୟାଦି ରଚନା କରିବା ଓ ଗାଇବାରେ ମଗ୍ନ ହେଲେ|ତାଙ୍କର ପ୍ରଥମ ରଚନାତ୍ମକ ଭଜନ ଥିଲା "ଆହେ ନୀଳ ଶଇଳ,ପ୍ରବଳ ମତ୍ତ ବାରଣ .........| ସାଲବେଗଙ୍କର ଦେହାନ୍ତ ହେଲାପରେ ତାଙ୍କୁ ସେହି ବଳଗଣ୍ଡି ଠାରେ ସମାଧିସ୍ଥ କରାଗଲା |ଏବେ ମଧ୍ୟ ସେହି ସମାଧି ବଳଗଣ୍ଡି ଠାରେ ବିଦ୍ୟମାନ |

ସାଲବେଗଙ୍କର କେତୋଟି ଶ୍ରେଷ୍ଠ ଭଜନ        
 
1-- ଆହେ ନୀଳ ଶଇଳ |            2--ପତିତପାବନ ବାନା ଆଉ କେତେବେଳକୁ |   3--ଏକା  ତୋ ଭକତ ଜୀବନ |         4--ଚାଲସଖୀ  ଆମେ ଦର୍ଶନ କରିବା |      5--କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ |     6--ଜଗବନ୍ଧୁ ହେ ଗୋସାଇଁ |
7--ମୋ ରୂପ ଝରଣା ଝରେ |           8--ଦୀନବନ୍ଧୁ ଦଇତାରୀ |

["ସଂଗ୍ରାହକ ଓ ଲେଖକ ପ୍ରକାଶ ମିଶ୍ର | ଜ୍ୟୋତିଷ ଓ ସଭ୍ୟ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଶ୍ରୀ ମନ୍ଦିର ପୁରୀ , ଓଡିଶା | କୌଣସି ପ୍ରଶ୍ନର ସମାଧାନ ପାଇଁ ଯୋଗାଯୋଗ କରନ୍ତୁ email --pkmspp@gmail.com ଅଥବା comment ରେ ଲେଖନ୍ତୁ |ମୁକ୍ତି ମଣ୍ଡପ ଆପଣ ମାନଙ୍କର ପୂର୍ବପୁରୁଷ ଙ୍କୁ ଆପଣ ଙ୍କ ତରଫରୁ ଶ୍ରାଦ୍ଧ ଦେବାର ବ୍ୟବସ୍ଥା କରାଇଥାଏ |ଆଗ୍ରହ ଥିଲେ ଯୋଗାଯୋଗ ଉପୋରକ୍ତ email ରେ କରନ୍ତୁ "]

No comments:

Post a Comment

SRIJAGANNATH BHAKTA [2]--KULASEKHARA

                                                         ଶ୍ରୀ ଜଗନ୍ନାଥ ଙ୍କର ଭକ୍ତ କୁଳଶେଖର   ଶ୍ରୀଜଗନ୍ନାଥ                            ଅଷ୍ଟାଦଶ ଶତା...