Saturday, October 7, 2023

SRIJAGANNATH BHAKTA [2]--KULASEKHARA

                                             ଶ୍ରୀ ଜଗନ୍ନାଥ ଙ୍କର ଭକ୍ତ କୁଳଶେଖର 


ଶ୍ରୀଜଗନ୍ନାଥ 

                         ଅଷ୍ଟାଦଶ ଶତାବ୍ଦୀର ଘଟଣା ସେତେବେଳେ ପର୍ତ୍ତୁଗ୍ରୀଜର ବାଣିଜ୍ୟବ୍ୟବସାୟ ବଙ୍ଗପୋସାଗରରେ ଚାଲିଥାଏ |ଓଡ଼ିଶାର ମଧ୍ୟ କେତକ ବ୍ୟବସାୟୀ ଉଣା ଅଧିକେ ଅନ୍ୟ ଦେଶର ଲୋକମାନଙ୍କ ସହିତ ବାଣୀଜ୍ୟ ବ୍ୟବସାୟର ବ୍ୟସ୍ତ ଥାନ୍ତି | ଏହିଁ ବଣିକ ମାନଙ୍କ ମଧ୍ୟରେ ଜଣେ ବଣିକ ଥିଲେ ନାମଟି ହେଲା କୁଳଶେଖର ଯିଏକି ପର୍ତ୍ତୁଗ୍ରୀଜ ଲୋକମାନଙ୍କ ସହ ବାଣିଜ୍ୟରେ ଲିପ୍ତ ଥାନ୍ତି ଓ ସେମାଙ୍କ ଜାହାଜରେ ଦ୍ରବ୍ୟ ନବ ଆଣିବା କରନ୍ତି |
         ସେଦିନ ବଙ୍ଗପୋସାଗରରେ ସମୁଦ୍ରର ବକ୍ଷଚିରି ଗୋଟିଏ ଜାହାଜ ଚାଲିଥାଏ ପଣ୍ଡିଚେରୀ ଅଭିମୁଖେ | ଜାହାଜର କପ୍ଟାନ ସାହେବ ଥାଆନ୍ତି ଆଲବାକ୍ୟୁ ବେଟୋ |ଜାହାଜଟି ବାଲେଶ୍ୱର ର କିଛି ସମୟ ରହିଲା ପରେ ବଙ୍ଗପୋ ସାଗରରେ ଆଗକୁ ଆଗକୁ ମାଡିଚାଲିଛି | ଜାହାଜ ମଧ୍ୟରେ ଭରୀ ରହିଛି ପର୍ତ୍ତୁଗୀଜର ଚର୍ଚ୍ଚ ପାଇଁ ଗୋଟିଏ ବଡ ଘଣ୍ଟି ଓ କିଛି ସୁନା ଅଳଙ୍କାର |ଜାହାଜର କର୍ମଚାରୀ ମାନଙ୍କ ବ୍ୟତୀତ ସହଯାତ୍ରୀ ମାନଙ୍କ ମଧ୍ୟରେ ଅଛନ୍ତି ବଣିକ,ପୂଜାରୀ ଓ ଶ୍ରମିକ ସମସ୍ତେ ଆଗେଇ ଚାଲିଛନ୍ତି ସେମାଙ୍କରେ ଲକ୍ଷ୍ୟସ୍ଥଳ ପଣ୍ଡିଚେରୀ ଅଭିମୁକ୍ଷେ |ବଣିକ ମାନଙ୍କ ମଧ୍ୟରେ ଅଛନ୍ତି ଆମର ପୂର୍ବ ଆଲୋଚିତ ବଣିକ କୁଳଶେଖର |                 
                        ସ୍ୱର୍ଯ୍ୟ ଉଦୟ ପୂର୍ବରୁ ଜାହାଜଟି ୟାତ୍ରା ଆରମ୍ଭ କରିଥିଲା |ଏଣୁ ସ୍ୱର୍ଯ୍ୟ ଉଦୟ ବେଳକୁ ଏହା  ମଝି ଦରିଆରେ ଆଗେଇ ଚାଲିଥାଏ |ଜାହାଜର ଗୋଟିଏ ନିଭୃତ କୋଠରୀ ବସି କପ୍ଟାନ  ମହାଶୟ  ବିଶ୍ରାମ ନେଉଥାନ୍ତି |ସାଗରର ସ୍ୱଚ୍ଛ ଜଳରେ ସୂର୍ଯ୍ୟଙ୍କର କିରଣ  ଝଲଝଲ ଦିଶୁଥାଏ |ଆକାଶ ଚାରିଆଡେ ନିର୍ମଳ ଓ କୌଣସି  ଠାରେ ବାତ୍ୟା ବା ପବନ ହେବାର ଆଶଙ୍କା ନଥାଏ |ଏଣୁ ଜାହାଜଟି ସମ୍ପୂର୍ଣ ନିରାପଦ ଅବସ୍ଥାରେ ଅଛି ବୋଲି କପ୍ଟାନ ଚିନ୍ତାକଲେ |

                        କିଛି ସମୟ ବିଶ୍ରାମ ନେଲାପରେ କପ୍ଟାନ ଜଣଙ୍କ ନିଜର ଦୂରବୀକ୍ଷଣ ଯନ୍ତ୍ରଟିକୁ ନେଇ ଜାହାଜର ଡେ଼କ ଉପରକୁ ଚାଲି ଆସିଲେ ଓ ଯନ୍ତ୍ରଟିରେ ଚାରିଆଡ଼କୁ ନୀରିକ୍ଷଣ କରିବାକୁ ଲାଗିଲେ,କେଉଁଠି କିଛି ବିପତ୍ତି ନାହିଁତ |ହଠାତ ଘୋର ଜଳରାଶି ଉପରେ ତାଙ୍କର ନଜର ପଡିଗଲା ଏକ ବିରାଟ ବଦାସମୁଦ୍ରିକା ଯିବା ବିରାଟ ବଡ ଆଁ ଟାଏ ମେଲାଇ ଜାହାଜ ଆଡକୁ ମାଡି ଆସୁଛି |କିଛି କ୍ଷଣ ମଧ୍ୟରେ ଜାହାଜଟିକୁ ଗିଳିଯିବ  ଯେପରି | କି ଭୟଙ୍କର ଯିବଟାଏ  ହୋଇଛି ସତେ |କପ୍ଟାନ ଙ୍କର ଭୟରେ ଗୋଡହାତ ଥରିବାକୁ ଲାଗିଲା  | ପାଟି ଖନି ମାରିଗଲା | ସେହି ଭୟଙ୍କର ଜୀବର ଲାଙ୍ଗୁଡ଼ ମାଡ଼ରେ ଜାହାଜ ଫାଟି ବୁଡିଯିବାର ସନ୍ଦେହ ପ୍ରକାଶ ହେଲା  | ତେଣୁ କପ୍ଟାନ ସାହେବ ଅତକୀର୍ତ୍ତି  ହୋଇ ଡାକ ଛାଡିଲେ ସମସ୍ତ ଯାତ୍ରୀ ସତର୍କ ରହିବା  ପାଇଁ | 

                         ସେହି ବିରାଟକାୟ ଜୀବଟି ତିମିଙ୍ଗିଳ ବୋଲି କପ୍ଟାନ ଙ୍କର ହୃଦବୋଧ ହେଲା |ସମସ୍ତ ଯାତ୍ରୀ ଭୟରେ ଜାହାଜର ଡେ଼କ  ଉପରକୁ ଆସି କୋଳାହଳ କରିବାକୁ ଲାଗିଲେ |କପ୍ଟାନ ସାହେବଙ୍କର ବହୁତ ବର୍ଷର ଅଭିଜ୍ଞତା ଏହିଠାରେ ଯେପରି  ଫସର ଫାଟିଗଲା | ତାଙ୍କୁ ଲାଗିଲା ଯେପରି ସେହି ଭୟଙ୍କର ଜୀବଟା ଜାହାଜକୁ ଗିଳି ପକାଇ ସମସ୍ତଙ୍କୁ ମାରିପକାଇବ | ଭୟରେ ସେ କାନ୍ଦି ପକାଇଲେ ଓ ସତର୍କ ଘଣ୍ଟି ବଜାଇଦେଲେ |

                         ଠିକ ଏତିକିବେଳେ ସେ ଲକ୍ଷ୍ୟ କଲେ ଯେ ଯାତ୍ରୀ ମାନଙ୍କ ମଧ୍ୟରୁ ଜଣେ ଯାତ୍ରୀ ଅତି ଶାନ୍ତ ମନରେ ଓ ନିର୍ଭିକ ଭାବରେ ଗୋଟିଏ ଫୋଟୋ ସାମ୍ନାରେ ଡେ଼କ ଉପରେ ବସିଛନ୍ତି ଓ ମନେମନେ କିଛି ଜପ କରିଲା ପରି ଲାଗୁଛନ୍ତି |କପ୍ଟାନ ଆଶ୍ଚର୍ଯ୍ୟ ହୋଇଗଲେ ଓ ସେହି ଲୋକଟି ପାଖକୁ ଚାଲିଆସିଲେ |ଲୋକଟି ଅନ୍ୟମନସ୍କ ନହୋଇ ମନ୍ତ୍ର ଜପକରି ଚାଲିଥାଏ |କପ୍ଟାନ ସାହେବ ସେହି ଫୋଟୋଟି ଉପରେ ନଜର ପକାଇ ଆଣିଲେ ଓ ଦେଖିଲେ ଫୋଟୋତିରେ ତିନୋଟି ଠାକୁର ଜଣେ ଧଳା ,ଜଣେ ହଳଦିଆ ଓ ଜଣେ କଳା ବସିଛନ୍ତି |ତତକ୍ଷଣାତ କପ୍ଟାନ ସାହେବଙ୍କ ଲାଗିଲା କି ସେହି ଠାକୁରଙ୍କର ପାଖାରେ ଅପୂର୍ବ ଶକ୍ତି ରହିଛି ଏହି ଜାହାଜକୁ ବଞ୍ଚାଇ ଦେବାର |    

                       କୌତୁହଳ ହୋଇ କପ୍ଟାନ ସାହେବ ସେହିଲୋକଟି କୁ ପଚାରିଲେ ଏ ତୁମେ କଣ କରୁଛ | ଲୋକଟି କପ୍ଟାନ ଙ୍କର ଉଦବେଗ  ଦେଖି କହିଲା ମୁଁ ମୋର ଇଷ୍ଟଙ୍କୁ ସ୍ମରଣ କରୁଛି | ସେ ଜାହାଜକୁ ନିଶ୍ଚୟ ରକ୍ଷା କରିବେ | ଜଗନ୍ନାଥ ଙ୍କ ନାମ ଶୁଣି କପ୍ଟାନ ପଚାରିଲେ ଜଗନ୍ନାଥ କିଏ ,ସେ କେଉଁ  ଠାରେ ରହନ୍ତି | ସେ କଣ ଏହି ବିରାଟକାୟ ରାକ୍ଷସ ମୁଁହରୁ ଏହି ଜାହାଜକୁ ରକ୍ଷା କରିପାରିବେ | ଲୋକଟି ଦୃଢ଼ତାର ସହିତ କହିଲା ଜଗନ୍ନାଥ ହେଉଛନ୍ତି ଜଗତର ନାଥ ସେ ନିଶ୍ଚୟ ପାରିବେ |କପ୍ଟାନ ସାହେବ ଲୋକଟିର କଥା ଶୁଣି ସର୍ତ୍ତ ଲଗାଇ ଦେଲେ ଓ କହିଲେ ଯଦି ତୁମର ଜଗନ୍ନାଥ ଜାହାଜଟିକୁ ରକ୍ଷା କରିପାରିବେ ତେବେ ଯେଉଁ ଘଣ୍ଟି ଓ ସୁନା ଅଳଙ୍କାର ପର୍ତ୍ତୁଗ୍ରୀଜ ଚର୍ଚ୍ଚ ପାଇଁ ଆସିଛି ତାହା ତୁମର ପ୍ରଭୁ ଜଗନ୍ନାଥ ଙ୍କୁ ଦିଆଯିବ |ଏହା କହି କପ୍ଟାନ ସାହେବ ସେହି ଫୋଟୋତିକୁ ଚାହିଁ ହାତଯୋଡ଼ି ଉକ୍ତ ଲୋକଟିର ଭଜନ ଶୁଣିବାକୁ ଲାଗିଲେ | କିଛି କ୍ଷଣ ପରେ ଦେଖାଗଲା ହଠାତ ସେହି ତିମିଙ୍ଗିଳ ଗୋଟିଏ ଜାଗାରେ ସ୍ଥିର ହୋଇ କିଛି ସମୟ ରହିଲା ପରେ ଜାହାଜ ମଧ୍ୟରୁ ଧ୍ୟାନ ହଟାଇ ଅନ୍ୟ ଗୋଟିଏ ଦିଗକୁ ମାଡି ଚାଲିଲା | 

                         ବିପଦରୁ ଉଦ୍ଧାର ହୋଇଗଲା ଜାଣି କପ୍ଟାନ ସାହେବ ଆନନ୍ଦରେ ଅଧୀର ହୋଇଗଲେ |ଉକ୍ତ ଲୋକଟିକୁ କୁଣ୍ଢାଇ  ଧରି କାନ୍ଦିପକାଇଲେ ଓ ମହାପ୍ରଭୁଙ୍କୁ  ପ୍ରଣାମ ଜଣାଇଲେ |ଉକ୍ତ ଘଣ୍ଟି ଓ ସୁନାରୂପା ସବୁ ମହାପ୍ରଭୁ ଙ୍କ ପାଖକୁ ପଠାଇ ଦିଆଯିବ ବୋଲି ପ୍ରତିଶୃତି ଦେଲେ |ଏପଟେ ଶ୍ରୀକ୍ଷେତ୍ର ରେ ଗଜପତି ଯେପରି ଜାଣିଲେ ଯେ ଜଣେ  ଭକ୍ତଙ୍କର ଭକ୍ତି ର ପରାକାଷ୍ଠା ରୁ  ଜାହାଜଟି ବିପଦ ମୁହଁରୁ ବଞ୍ଚି ଯାଇଛି ସେତେବେଳେ ଗଜପତି ଉକ୍ତ ଭକ୍ତ ଜଣଙ୍କୁ ଡକାଇ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଲେ | ଭକ୍ତ ଜଣଙ୍କର ନାମଥିଲା କୁଳଶେଖର |ତାଙ୍କରି ନାମରେ ପୁରୀର ଅନତି ଦୂରରେ ପିପିଲି ଠାରେ କୁଳଶେଖର ପାଟଣା ବୋଲି ଗୋଟିଏ ଗ୍ରାମ ଭକ୍ତଙ୍କ ନାମରେ ନାମିତ କରାଇ ତାଙ୍କୁ ଦାନାରେ ଦେଇଥିଲେ | 

                        1749 ଖ୍ରୀଷ୍ଟାବ୍ଦ ରେ ତିଆରି ହୋଇଥିବା ଏକ ଘଣ୍ଟି ସହିତ କେତେକ ମୂଲ୍ୟବାନ ସୁନା ଓ  ରୁପାର ଦ୍ରବ୍ୟକୁ ତଥା ଅଳଙ୍କାର ଆଦିକୁ ଭକ୍ତ କୁଳଶେଖର ଓ କପ୍ଟାନ ସାହେବ ଆଣି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ସମର୍ପଣ କରାଇଥିଲେ |ଉକ୍ତ ଘଣ୍ଟି ଏବେ ମଧ୍ୟ  ଶ୍ରୀମନ୍ଦିରରେ ମହଜୁଦ ରହିଛି |ସ୍ୱର୍ଗତ ରାଜା ରାମଚନ୍ଦ୍ରଙ୍କ ସମୟରେ ପର୍ତ୍ତୁଗାଲ ସରକାରଙ୍କର ଏକ ପତ୍ର ନେଇ ଏହି ଇତିହାସ ଉନ୍ମୋଚନ ହୋଇଥିଲା ଓ ସେ ଘଣ୍ଟି ପର୍ତ୍ତୁଗାଲକୁ ନଫେରେଇବା ପାଇଁ ଲେଖା ଯାଇଥିଲା |   

                    ଯୁଗେ ଯୁଗେ ଶ୍ରୀ ଜଗନ୍ନାଥଙ୍କର ମହିମା ଓ ଆଶୀର୍ବାଦ ତାଙ୍କର ଭକ୍ତମାନଙ୍କୁ ବିପଦ ମଧ୍ୟରୁ ଉଦ୍ଧାର କରିଛି |
                                                            
                                                
                                                        ଜୟ ଜଗନ୍ନାଥ 
[ସଂଗ୍ରାହକ ଓ ଲେଖକ ପ୍ରକାଶ ମିଶ୍ର|ଜ୍ୟୋତିଷ ଓ ସଭ୍ୟ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଶ୍ରୀମନ୍ଦିର ପୁରୀ, ଓଡିଶା|କୌଣସି ସମସ୍ୟାର ସମାଧାନ ପାଇଁ ଯୋଗାଯୋଗ କରନ୍ତୁ email--pkmspp1975@mail. com.ph 8984108489.ମୁକ୍ତି ମଣ୍ଡପ ଆପଣଙ୍କର ପୂର୍ବ ପୁରୁଷ ମାନଙ୍କୁ ଆପଣଙ୍କ ତରଫରୁ ଶ୍ରାଦ୍ଧ ଅର୍ପଣ କରିଥାଏ |ଆଗ୍ରହ ଥିଲେ ଯୋଗାଯୋଗ କରନ୍ତୁ] 

No comments:

Post a Comment

SRIJAGANNATH BHAKTA [2]--KULASEKHARA

                                                         ଶ୍ରୀ ଜଗନ୍ନାଥ ଙ୍କର ଭକ୍ତ କୁଳଶେଖର   ଶ୍ରୀଜଗନ୍ନାଥ                            ଅଷ୍ଟାଦଶ ଶତା...