RATHA YATRA |
ରଥଯାତ୍ରା ଉପାଖ୍ୟାନ
କାଳର କରାଳ ଗତଜିକୁ ଉଲଙ୍ଘନ କରି କେଉଁ ଅନାଦି କାଳରୁ ପୁରୀ ଶ୍ରୀକ୍ଷେତ୍ର ନୀଳାଚଳ ପବିତ୍ରତାର ମୂର୍ତ୍ତିମନ୍ତ ପ୍ରତୀକ ରୁପେ ବିଶ୍ୱବକ୍ଷରେ ଦଣ୍ଡାୟମାନ ହୋଇ ସନ୍ଦର୍ପରେ ପତିତପାବନ ବାନା ଉଡାଇ ଚାଲିଛି | ପବିତ୍ର ଭାରତବର୍ଷ ର ମୁଖ୍ୟ ଚାରୋଟି ତୀର୍ଥସ୍ଥାନ ମାନଙ୍କ ମଧ୍ୟରୁ ଏହା ଅନ୍ୟତମ | ଜଗତରନାଥ ଶ୍ରୀଜଗନ୍ନାଥ ଏହି ନୀଳାଚଳ ତୀର୍ଥକ୍ଷେତ୍ର ର ଅଧିଷ୍ଠିତ ଦେବତା | ଶ୍ରୀଜଗନ୍ନାଥ କେବଳ ଉତ୍କଳ ର ନୁହନ୍ତି ସମଗ୍ର ପୃଥିବୀରେ ବିଶ୍ୱବନ୍ଦିତ |ତାଙ୍କର ପବିତ୍ର ଯାତ୍ରାକୁ ରଥଯାତ୍ରା କୁହାଯାଏ |ପୁରୀରେ ତଥା ଉତ୍କଳରେ ଏହି ରଥଯାତ୍ରା ହେଉଛି ସର୍ବପ୍ରଧାନ ଉତ୍ସବ | ଏହି ରଥଯାତ୍ରା କୁ ମଧ୍ୟ ପତିତପାବନ ଯାତ୍ରା ବା ଦଶାବତାର ଯାତ୍ରା କୁହାଯାଏ | ଏହି ରଥଯାତ୍ରା ରେ ତିନୋଟି ରଥର ବ୍ୟବହାର କରାଯାଇଥାଏ ଯାହା ଉପରେ ବସି ମହାପ୍ରଭୁମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନ ବ୍ୟାପି ଯାତ୍ରା କରିଥାନ୍ତି |
ରଥ ମାନଙ୍କର ବର୍ଣ୍ଣନା
ଶ୍ରୀ ବଳଭଦ୍ରଙ୍କର ରଥ --ତାଳବଣରେ ଦେବତାମାନେ ଦେଇଥିବା ତାଳଧ୍ୱଜ ରଥର ଆରୋହୀ ହେଉଛନ୍ତି ଶ୍ରୀ ବଳଭଦ୍ର |ଉଚ୍ଚତା 32 ହାତ 10 ଆଙ୍ଗୁଳି |763 ଖଣ୍ଡ କାଠରେ ନିର୍ମିତ |ଏହି ରଥରେ 14 ଗୋଟି ଚକ ରହିଛି,ରଥ ରକ୍ଷକ ବାସୁଦେବ,ଆୟୁଧ-ହଳ ମୁଷଳ,ଭଦ୍ର ପିଠ-ଅଷ୍ଟଦଳ ପଦ୍ମ,ରଥାବରଣ-ରକ୍ତନୀଳ,ରଥ ଦେବତା-ଅନନ୍ତନାଗ,ରଥ ପାର୍ଶ୍ଵଦେବତା-ପ୍ରାଣାମ୍ବରୀ, ଗଦାନ୍ତକାରୀ, ହରିହର, ତ୍ରମ୍ବକ, ବାସୁଦେବ, ନାଟାମ୍ବର, ଅଘୋର, ତ୍ରିପୁରାଶିବ, ସାରଥୀର ନାମ-ମାତଳୀ,ରଥ ରକ୍ଷକ-ଭାସ୍କର, ରଥ ଅଶ୍ୱ-ତୀବ୍ର, ଘୋର, ଦୀର୍ଘଶ୍ରମ, ସ୍ବର୍ଣ୍ଣନାଭ|ରଥରଜ୍ଜୁ-ବାସୁକୀ, ରଥମୁଖ-କେତୁଭଦ୍ର,ରଥ ଭୈରବ-କ୍ଷେତ୍ରପାଳ,ରଥ ଗନ୍ଧର୍ବ-ହୁହୁ,ରଥ ଚରଣ-ମହାସିଦ୍ଧ,ଉଲେମି |ଗର୍ଭାଧିଶ୍ୱର ଶକ୍ତି-ତୁଙ୍ଗା, ତୁଙ୍ଗଭଦ୍ରା, ପ୍ରଭା, ସୁପ୍ରଭା, ଧାତ୍ରୀ, ଵିଧାତ୍ରୀ, ନନ୍ଦା , ସୁନନ୍ଦା,|ଋଷିପଟାରେ--ଅଙ୍ଗିରା, ପୁଲସ୍ତ୍ୟ,ପୁଲହ, ଅଗସ୍ତି,କୃଷ୍ଣ, ମୁଦୁଲା, ଆତ୍ରେୟ, କଶ୍ୟପ | ରଥ କୁମ୍ଭର ନାମ-ଭୁବନ,ବିମ୍ବପୃଥିବୀ, ଚକ୍ରାୟୁଧ, ହୁଂ ବୀଜ| ଦ୍ୱାରପାଳ-ନନ୍ଦ, ସନନ୍ଦ | ନେତ୍ରର ନାମ--ଉନ୍ନତି |ରଥାରୁଢ଼-ଶ୍ରୀ ବଳଭଦ୍ର|
ଶ୍ରୀ ସୁଭଦ୍ରାଙ୍କର ରଥ-- ଦେବତା ମାନଙ୍କଦ୍ୱାରା ପ୍ରଦତ୍ତ ଦେବୀ ସୁଭଦ୍ରାଙ୍କର ରଥର ନାମ ଦର୍ପଦଳନ | ରଥର ଉଚ୍ଚତା 31 ହାତ | 593 ଖଣ୍ଡ କାଷ୍ଠରେ ନିର୍ମିତ |12 ଚକ ବିଶିଷ୍ଟ ଏହି ରଥର ରକ୍ଷକ ହେଉଛନ୍ତି ଜୟଦୁର୍ଗା |ଧ୍ଵଜଧିପତି- ତ୍ରିପୁରାସୁନ୍ଦରୀ,ଆୟୁଧ-ପଦ୍ମ, କୁହାର, r ରଥାବରଣ-ଲୋହିତକୃଷ୍ଣ, ରଥ ଦେବତା - ଭକ୍ତି, ସୁମେଧ| ରଥ ପାର୍ଶ୍ଵଦେବତା--ବିମଳା, ଚାମଣ୍ଡ, ଭଦ୍ରକାଳୀ, ହରଚଣ୍ଡୀକା, ମଙ୍ଗଳା, ବାରାହୀ, କାତ୍ୟାୟନୀ, ଜୟଦୁର୍ଗା, ଓ କାଳୀ |ସାରଥୀର ନାମ - ଅର୍ଜୁନ |ରଥ ରକ୍ଷକ -ଉଗ୍ରଚଣ୍ଡୀ| ଏ\ଏହି ରଥର ଚାରିଗୋଟି ଅଶ୍ୱର ନାମ--ରୋଚିକା, ମୋଚିକା, ଜିତ, ଅପରାଜିତା |ରଥ ରଜ୍ଜୁର ନାମ--ସ୍ଵର୍ଣଚୂଡ଼ ନାଗ |ରଥଦେବୀ -ଶ୍ରୀଭୁ, ରଥଗନ୍ଧର୍ବ--ହାହା, ରଥ ବାରଣ- ମହାକାର, ରଥ ଯକ୍ଷ-କିଂଜ୍ୱଳିକା,ରଥ ଗର୍ଭଧିଶ୍ୱର-ଶକ୍ତି, ସପ୍ତ,ସୂକ୍ଷ୍ମ, ଜୟା, ବିଜୟା, ଘୋର, ଅଘୋରା,ଜ୍ଞନା | ଋଷିପଟାର--ଭୃଗୁ, ସୁପ୍ରଭା, ବଜ୍ର, ଶୃଙ୍ଗା, ଧୃବ, ଉଲ୍ଲଙ୍କ |ରତଘା କୁମ୍ଭର ନାମ-ଅମୃତା,ଜିବା,କାୟା, ହ୍ରବୀଜ |ଦ୍ୱାରପାଳିକ--ଗଙ୍ଗା,ଯମୁନା |ନେତ ର ନାମ--ନାଦମ୍ବିକ|ରଥାରୁଢ଼ା-ଦେବୀ ସୁଭଦ୍ରା |
ଶ୍ରୀ ଜଗନ୍ନାଥ ଙ୍କର ରଥ--ଇନ୍ଦ୍ରଙ୍କର ପ୍ରଦତ୍ତ ଶ୍ରୀଜଗନ୍ନାଥ ଙ୍କର ରଥର ନାମ ନନ୍ଦିଘୋଷ | ରଥର ନାମ 33 ହାତ 5 ଆଙ୍ଗୁଳି |832 ଖଣ୍ଡ କାଷ୍ଠାରେ ନିର୍ମିତ | 16 ଚକ ବିଶିଷ୍ଟ ଏହି ରଥର ରକ୍ଷକ-ଗରୁଡ | ଧ୍ଵଜାଧିପତି--ହନୁମାନ,ଆୟୁଧ-ଶଙ୍ଖ,ଚକ୍ର |ରଥାବରଣ-ରକ୍ତପିତ|ରଥ ଦେବତା--କଲ୍ୟାଣସୁନ୍ଦରୀ,ଶକ୍ତି-ବିମଳା ଓ ବିରଜା, ରଥର ପାର୍ଶ୍ଵଦେବତା -- ହନୁମାମ, ରାମ, ଲକ୍ଷ୍ମଣ, ନାରାୟଣ, କୃଷ୍ଣ, ଗୋବର୍ଧନଧାରଣ,ଚିନ୍ତାମଣି, ରାଘବ, ନୃସିଂହ | ରଥଅଶ୍ୱ-ଶଙ୍ଖ,ହରିଦଶ୍ୱ, ଶ୍ୱେତ, ବଳାହକ|ସାରଥୀର ନାମ-ଦାରୁକ, ରଥରଜ୍ଜୁ-ଶଂଖଚୂଡ ନାଗୁଣୀ, ରଥ ମୁଦ୍ଧିନୀର ନାମ--ନନ୍ଦୀମୁଖ, ରଥଦେବୀ--ଯୋଗମାୟା, ରଥ ଭୈରବୀ-ଏକପାଦ,ନନ୍ଦ ଓ କୁବେର |ରଥୟକ୍ଷ୍--ହର୍ଯ୍ୟକ୍ଷ୍ୟ,ରଥଗର୍ଭଧିଶ୍ୱର--ହିରଣ୍ୟଗର୍ଭ |ରଥଶକ୍ତି ବିମଳା, ଉତ୍କର୍ଷଣୀ, କ୍ରିୟା, ଯୋଗା, ଅଜ୍ଞା, ଅନୁଜ୍ଞା, ପ୍ରଜ୍ଞା, ମେଧା|ଋଷିପଟାରେ-ନାରଦ,ଦେବଳ,ବ୍ୟାସ,ଶୁକ,ପରାଶର,ବଶିଷ୍ଠ,ବିଶ୍ଵାମିତ୍ର,ଇନ୍ଦ୍ର |ରଥ କୁମ୍ଭର ନାମ ହିରଣ୍ୟମୟ, ଦ୍ୱାରପାଳ-ଜୟ ,ବିଜୟ |ନେତର ନାମ--ତ୍ରୈଲୋକ୍ୟମୋହିନୀରଥାରୁଢ଼ --ଶ୍ରୀଜଗନ୍ନାଥ |
(ସଂଗ୍ରାହକ ଓ ଲେଖକ ପ୍ରକାଶ ମିଶ୍ର |ଜ୍ୟୋତିଷ ଓ ସଭ୍ୟ ମୁକ୍ତି ମଣ୍ଡପ ପଣ୍ଡିତ ସଭା ପୁରୀ,ଓଡିଶା |କୌଣସି ପ୍ରଶ୍ନର ଉତ୍ତର ପାଇଁ ଯୋଗାଯୋଗ କରନ୍ତୁ email -pkmspp1975@tgmail.com)
No comments:
Post a Comment