Saturday, September 30, 2023

TWO LETTERS TO THE GOD. TWO TRUE STORIES.

 

ଈଶ୍ୱରଙ୍କୁ ଦୁଇଟି ପତ୍ର 

1-ଈଶ୍ୱରଙ୍କୁ ପ୍ରଥମ ପତ୍ର ଜଣେ ବୃଦ୍ଧାଙ୍କର 

                            କଥାଟି ଅନେକ ବର୍ଷ  ତଳର | ଗୋଟିଏ ଇଂରାଜୀ ଖବରକାଗଜରେ ପ୍ରକାଶିତ ହୋଇଥିବା ରୋଚକ ତଥା ସତ୍ୟ ଘଟଣାଟିଏ |ଏକଦା ଗୋଟିଏ ପୋଷ୍ଟଅଫିସ ର କର୍ମଚାରୀ ଗଣ ଉକ୍ତ ଦିନର ଚିଠିପତ୍ର ଗୁଡିକୁ ଚିଠି ଉପରେ ଲିଖିତ ଥିବା ଠିକଣା ଅନୁସାରେ ସଜାଡି ରଖୁଥିବା ବେଳେ ଜଣେ କର୍ମଚାରୀଙ୍କର ଗୋଟିଏ ଠିକଣା ଉପରେ ଆଖିପଡିଗଲା | ଠିକଣା ଟିକୁ ପଢିଲା ପରେ ସେ ଆଶ୍ଚର୍ଯ୍ୟ ନହୋଇ ରହିପାରିଲେ ନାହିଁ |ଠିକଣା ଜାଗାରେ ଲେଖା ହୋଇଥିଲା"ଏ ପତ୍ର ଇଶ୍ୱର ପାଇବେ"| ଉକ୍ତ ପୋଷ୍ଟଅଫସି ର ସମସ୍ତ କର୍ମଚାରୀ ଗଣ ଦ୍ଵନ୍ଦରେ ପଡିଗଲେ | ଚିଠିଟିକୁ ସେମାନେ କେଉଁ ଜାଗାକୁ ପଠାଇବେ? କଥାଟି ମୁଖ୍ୟ ପୋଷ୍ଟ ମାଷ୍ଟର ଙ୍କ କାନକୁ ଗଲା| ଚିଠି ଟିକୁ ନଖୋଲିଲେ ନଚଳେ| କାଳେ ଠିକଣାର କିଛି ସୁରାକ ମିଳିଯିବ ତେଣୁ ବହୁତ ଭାବିଚିନ୍ତି ମୁଖ୍ୟ ପୋଷ୍ଟ ମାଷ୍ଟର ନିର୍ଣ୍ଣୟ କରିଲେ ଯେ ଚିଠିଟିକୁ ଯେପରି ହେଉ ଖୋଲିବାକୁ ହେବ | ଏଣୁ ସମସ୍ତଙ୍କ ଉପସ୍ଥିତିରେ ଚିଠିଟିକୁ ଖୋଲାଗଲା | ସେଥିରେ ଲେଖାଥିଲା "ପ୍ରିୟ ଇଶ୍ୱର ! ମୋର ପ୍ରଣାମ ଗ୍ରହଣ କରିବେ|ଲେଖିବାର ଅଭିପ୍ରାୟ ଏହିକିଯେ ମୋର ପାଖରେ ମାତ୍ର 500 ଟଙ୍କାର ପୁଞ୍ଜି ଥିଲା | ଯାହାକି ମୋର ଚଳିତ ମାସର ପେନସନ ଅଟେ |ମାତ୍ର ଗତ ରାତିରେ ତାହା ଚୋରି ହୋଇଯାଇଛି | ଏବେ ମୁଁ କପର୍ଦକ ଶୂନ୍ୟ ହୋଇଯାଇଛି | ଦୟାକରି ଆପଣ ମୋ ପାଇଁ କେଉଁଠାରୁ 500 ଟଙ୍କା ଯୋଗାଡ କରିଦେଲେ ମୁଁ  ଉପକୃତ ରହିବି | ଅନ୍ୟଥା ଚଳିତ ମାସରେ ମୋତେ ପୂରା ଉପବାସରେ ରହିବାକୁ ହେବ"| ଚିଠି ର ଶେଷରେ ମହିଳାଙ୍କର ନାମ ଓ ସମ୍ପୂର୍ଣ ଠିକଣା ଲେଖାଯାଇଥିଲା | ପୋଷ୍ଟ ମାଷ୍ଟର ଜଣଙ୍କ ଦୟାଳୁ ହୃଦୟର ମଣିଷ ଥିଲେ |ତେଣୁ କିପରି ମହିଳାଙ୍କୁ ସାହାଯ୍ୟ କରାଯାଇ ପାରିବ ସେହି ବିଷୟରେ ଚିନ୍ତାକରି ନିର୍ଣ୍ଣୟ କଲେ ଯେ ପୋଷ୍ଟ ଅଫିସର ସମସ୍ତ କର୍ମଚାରୀ ଙ୍କ ଠାରୁ ଦାନ ସୂତ୍ର ରେ କିଛି କିଛି ଆଦାୟ କରାଯାଇ ମହିଳାଙ୍କ ପାଖକୁ ପଠାଇ ଦିଆଯିବ |ସେପରି କରାଯାଇ ମୋଟ 450 ଟଙ୍କା ଆଦାୟ ହେଲା ଓ ଜଣେ ବିଶ୍ୱସ୍ତ  କର୍ମଚାରୀ ଙ୍କ ଦ୍ୱାରା ବୃଦ୍ଧାଙ୍କ ପାଖକୁ ପଠାଇ ଦିଆଗଲା |ବୃଦ୍ଧା  ଜଣଙ୍କ ଟଙ୍କାତକ ପାଇଲାପରେ ଖୁସି ହେଲେ | ସପ୍ତାହକ ପରେ ପୁଣି ଈଶ୍ୱରଙ୍କ ନାମରେ ଦ୍ଵିତୀୟ ଚିଠି ଆସି ପୋଷ୍ଟଅଫିସ ରେ ପହଞ୍ଚିଲା |ଉତ୍କଣ୍ଠାର ସହିତ ପୋଷ୍ଟମାଷ୍ଟର ଜଣଙ୍କ  ଚିଠି ଟିକୁ ଖୋଲି ପଢିବାକୁ ଲାଗିଲେ ଓ ଶେଷରେ ନିରାଶ ମନରେ ଚିଠିଟିକୁ  ସେ ଟେବୁଲ ଉପରେ ରଖିଦେଲେ |ସେଥିରେ ପୋଷ୍ଟ ଅଫିସର କର୍ମଚାରୀ ମାନଙ୍କୁ ଗାଳି ଦେଇ ଲେଖଥିଲା କି "ପ୍ରିୟ ଈଶ୍ୱର ଜାଣିବେ ଆପଣ ପଠାଇ ଥିବା ଟଙ୍କା କୁ ମୁଁ  ପାଇଲି |ନହେଲେ ମାସ ସାରା ମୁଁ ଉପାସରେ ରହିଥାନ୍ତି |ସେଥିପାଇଁ ଆପଣଙ୍କୁ ଧନ୍ୟବାଦ | ମାତ୍ର ଆପଣ ପଠାଇ ଥିବା ଟଙ୍କାରୁ 50 ଟଙ୍କା କମ ଥିଲା |ମୋତେ ଲାଗୁଛି କି ପୋଷ୍ଟ ଅଫିସର କର୍ମଚାରୀ  ମାନେ ଏଥିରୁ 50 ଟଙ୍କା ହଡପ କରିଛନ୍ତି |ତେଣୁ ଆଗକୁ ସାବଧାନ ରହିବେ "|


 2-ଈଶ୍ୱରଙ୍କୁ ଦ୍ଵିତୀୟ ପତ୍ର ଜଣେ ବାଳକର   
 

                    ଏହା ଏକ ସତ୍ୟ ଘଟଣା ଯାହାକି 19 ଅକ୍ଟୋବର 2000 ମସିହାରେ ଘଟିଥିଲା | ପୁରୀ ର ଜଗନ୍ନାଥ ମନ୍ଦିରର ପ୍ରଶାସକ ସ୍ଥାନୀୟ ପୋଷ୍ଟ ଅଫିସରୁ ଏକ ଚିଠି ପାଇଲେ | ଏହାକୁ ଖୋଲି ପଢିଲା ପରେ ବିଷୟ ବସ୍ତୁ ଉପରେ ଏତେ ଗୁରୁତ୍ୱ ନଦେଇ ଚିଠିପତ୍ର ଫାଇଲିରେ ଏହାକୁ ରଖିଦେଲେ | ସ୍ଥାନୀୟ ଜଣେ ସାମ୍ବାଦିକ କୌଣସି ସୂତ୍ରରୁ ଖବର ପାଇ ଚିଠିଟିକୁ ସଂଗ୍ରହ କରି ଏହାର ବିଷୟ ବସ୍ତୁକୁ ସେ ଖବର କାଗଜରେ ପ୍ରକାଶିତ କରିଦେଲେ | ପତ୍ରଟିକୁ ଲେଖିଥିଲେ ଧୃବ ଚରଣ ମହାରଣା ପିତା ଧରଣୀଧର ମହାରଣା ସ୍ଥାନ ପୁଟୁସାହି,ଢେଙ୍କାନାଳ |ଏବଂ ଚିଠିଟିର  ଠିକଣା ଥିଲା "ଜଗନ୍ନାଥ ମହାପ୍ରଭୁ ପୁରୀ"| ଏବଂ ଚିଠିର ବିଷୟବସ୍ତୁ ନିମ୍ନପ୍ରକାର ର ଥିଲା | ସେଥିରେ ଲେଖାଥିଲା |

                    
                ମହାପ୍ରଭୁ ଜଗନ୍ନାଥ ଜାଣିବେ, ମୁଁ ଜଣେ ଗରିବ କିନ୍ତୁ ମେଧାବୀ ଦଶମ ଶ୍ରେଣୀର ଛାତ୍ର ଅଟେ |ମୁଁ ଏହିବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବି | କିନ୍ତୁ ଆପଣ ମୋର ବାପାଙ୍କୁ ଗରିବ କରିଛନ୍ତି | ସେଥିପାଇଁ ସେ ମୋର ଟିୟୁସନ ଖର୍ଚ ଓ ପାଠ ପଢିବା ଖର୍ଚକୁ ତୁଲାଇ ପାରୁ ନାହାନ୍ତି | ଆମର ପରିବାରରେ ଛଅ ଜଣ ସଦସ୍ୟ ଅଛନ୍ତି |ଯଦିଓ ମୋର ବାପା ଓ ମା ମୋତେ ଉଚତ୍ତର ଶ୍ରେଣୀରେ ପାଠ ପଢ଼ିବାକୁ ଚାହୁଁଛନ୍ତି ମାତ୍ର ଅର୍ଥ ଏହାର ବାଧକ ସାଜିଛି | ମୋର ପିତାମାତା ମୋର ପାଠ ପଢିବା ଖର୍ଚକୁ ସହଜରେ ବହନ କରି  ପାରୁନାହାନ୍ତି ଓ ମୋର ଟିୟୁସନ ଫିସ ଦେଇପାରୁ ନାହାନ୍ତି| ସେଥିପାଇଁ  ମୋର ଶିକ୍ଷକ ମୋତେ ସବୁଦିନ ଗଞ୍ଜଣା ଦେଉଛନ୍ତି |ଏଣୁ ଦୟାକରି କେଉଁଠାରୁ ମୋର ଟିୟୁସନ ଫିସ ବାବଦକୁ 300 ଟଙ୍କା ଯୋଗାଡ କରିଦେଲେ ମୁଁ ଉପକୃତ ହୋଇପାରନ୍ତି | ଆସନ୍ତା 25 ତାରିଖ ମଧ୍ୟରେ ଯଦି ଯୋଗାଡ ହୋଇ ନପାରେ ତେବେ ମୋର ମଲାମୁଁହ ତାର ପରଦିନ ଦେଖିବେ |

                ଘଟଣାଟି କିନ୍ତୁ ଏତିକିରେ ସରିନଥିଲା |ସ୍ଥାନୀୟ ବ୍ୟାଙ୍କର ଜନୈକ  କର୍ମଚାରୀ ସମ୍ବାଦ ପତ୍ରରେ ଏହି ସମ୍ବାଦ ପଢିବା ପରେ ମନ୍ଦିର ଅଫିସରେ ଯୋଗାଯୋଗ କରି ପିଲାଟିର ଠିକଣା ସଂଗ୍ରହ କଲେ ଓ ଉକ୍ତ ଠିକଣାରେ 500 ଟଙ୍କା  ପଠାଇ ଦେଇଥିଲେ |

                  ଏହି ଦୁଇଟି ଘଟଣାକୁ  ଆପଣ କଣ ବୋଲି କହିବେ ? ଏହି ଦୁଇଟି ଘଟଣା ଜଣାଇ ଦେଉଛି ଯେ ଇଶ୍ୱର ସର୍ବ ବିଦ୍ୟମାନ ଓ ସେ ଆମକୁ ସାହାଯ୍ୟ କରିବା ପାଇଁ ସର୍ବଦା ଅପେକ୍ଷାରେ ଅଛନ୍ତି |ଯଦି ଆମର  ଇଶ୍ୱରଙ୍କ ଉପରେ ବିଶ୍ୱାସ  ଅଛି ସେ ଆମକୁ ନିଶ୍ଚୟ ସାହାଯ୍ୟ କରିବେ |

(ସଂଗ୍ରାହକ ଓ ଲେଖକ ପ୍ରକାଶ ମିଶ୍ର |ଜ୍ୟୋତିଷ ଓ ସଭ୍ୟ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଶ୍ରୀମନ୍ଦିର ପୁରୀ ,ଓଡିଶା | କୌଣସି ପ୍ରଶ୍ନର ଉତ୍ତର ପାଇଁ ଯୋଗାଯୋଗ କରନ୍ତୁ email--pkmspp@gmail.com)

         

No comments:

Post a Comment

SRIJAGANNATH BHAKTA [2]--KULASEKHARA

                                                         ଶ୍ରୀ ଜଗନ୍ନାଥ ଙ୍କର ଭକ୍ତ କୁଳଶେଖର   ଶ୍ରୀଜଗନ୍ନାଥ                            ଅଷ୍ଟାଦଶ ଶତା...